Nojoto: Largest Storytelling Platform
smrutilagnananda8889
  • 6Stories
  • 12Followers
  • 26Love
    0Views

smrutilagna Nanda

  • Popular
  • Latest
  • Video
c264b634cd5fe4f111a427bb75d5cf2c

smrutilagna Nanda

"ସାହିତ୍ୟ"

ଚୁପ୍ତି ରେ ଏତେ ବେଶୀ ଭଲ ପାଇ ଯାଇଛି ତୁମକୁ 
ଭାରି ମିଠା ଲାଗେ ତୁମ ଅନୁରାଗ 
ସତ କହିବି?? 
ତୁମ ଉପରେ କାହାର ବି ଅଧିକାର ଥାଉନା କାହିଁକି 
ତୁମ ପ୍ରତି ମୋ ଆକର୍ଷଣ ଖୁବ ଅଧିକା
ତୁମେ ବି ଜାଣ
ତୁମ ପାଇଁ ମୋ ପାଗଳାମି 
ତୁମକୁ କିଏ ଟିକେ ଇଆଡ଼ୁ ସିଆଡ଼ୁ କହିଦେଲେ 
 କଷ୍ଟ ହୁଏ ମୋତେ 
ତୁମକୁ କଦର୍ଥ କରିବା.. 
ତୁମ ସହ ଅଶ୍ଳୀଳତା ଯୋଡିବା 
ଆଉ ପୁଣି 
ତୁମକୁ ପାଇଯିବା ନାଁ ରେ 
ତୁମ ଅସ୍ଥିତ୍ୱକୁ ଆନ୍ଦୋଳିତ କରିବା 
ଛାନିଆ କଲାଣି ମୋତେ... 
(ଅନୁରୋଧ ରହିବ କିଛିଟା ଶସ୍ତା ଲାଇକ୍ସ ପାଇଁ  ସାହିତ୍ୟକୁ କଦର୍ଥ କରନ୍ତୁନି )
©Smrutilagna Nand
#କଥାକୁହା_କଲମ #leaf
c264b634cd5fe4f111a427bb75d5cf2c

smrutilagna Nanda

ମାଟି କହେ ମହାକାଶକୁ 
"ମୁଁ ମହାନ,  କାରଣ ମୋ ଠୁ ହି ଆରମ୍ଭ ଏ ସୃଷ୍ଟି.. 
ମାଟିରେ ପାଦ ନଥାପିଲେ ଜୀବଜଗତ କଣ ସମ୍ଭବ ହୋଇପାରିଥାନ୍ତା?? 

ମହାକାଶ କହେ ମାଟିକୁ 
"ଶଃ, ତୋଠୁ ବେଶୀ ମହାନ ତ ମୁଁ..
କାରଣ ମୁଁ ସମସ୍ତଙ୍କ ଶେଷ ଠିକଣା.. 
ମୃତ୍ୟୁ ପରେ ମୋ ଛାତି ରେ ଲୀନ ହୁଏ ଆତ୍ମା.. 

ହସିଲି ଆଉ କହିଲି..
 "ସବୁଠୁ ମହାନ ମା.. 
କାରଣ ଜନ୍ମ  ବି ଦିଏ ଆଉ ମୃତ୍ୟ ସହ ଲଢ଼େଇ ପାଇଁ ବି ପ୍ରସ୍ତୁତ ଥାଏ, ଜୀବନ ଉତ୍ସର୍ଗ କରିଦିଏ ଆଉ ତା ମହାନତା ପାଇଁ ମନରେ ତିଳେ ଗର୍ବ ନଥାଏ  "
©ସ୍ମୃତିଲଗ୍ନା ନନ୍ଦ #କଥାକୁହା କଲମ
c264b634cd5fe4f111a427bb75d5cf2c

smrutilagna Nanda

ତା ଆଖିରେ କେତେ ଆଶା କେତେ ସ୍ବପ୍ନ ଆଗକୁ ଯିବାର 
ତା ଉତ୍ସାହ ତା ଉନ୍ମାଦ କରେ ତାକୁ ଅଧିକ ତତ୍ପର 
ବିକଳ ସେ ହେଉଥାଏ ପ୍ରସ୍ଫୁଟିତ ହେବା ପାଇଁ ଟିକେ
 ହେଲେ ଏ କୁହୁଡି କଣା ଭରିଯାଏ ତା ଚାରିପାଖେ 

©ସ୍ମୃତିଲଗ୍ନା

c264b634cd5fe4f111a427bb75d5cf2c

smrutilagna Nanda

" ସଂଧ୍ୟା "
ଆଖିର  ଝର୍କା ଦେଇ  ମୁଁ ସବୁ  ଦେଖୁଥାଏ.... 
ତୁମେ ଆସିବା.. ଯିବା.. 
ସାଥିରେ ବିହଙ୍ଗଙ୍କୁ ଡ଼ାକିନେବା 
ନୀଳ ରୁ ଧଳା 
ଧଳାରୁ  କମଳା ହେବା .. 
କବିପ୍ରାଣ ଭିଜେଇବା 
ପ୍ରେମିକା କୁ  ହଜେଇବା 
କ୍ଲାନ୍ତିରେ ପୂର୍ଣ୍ଣଛେଦ ଦେଇ ଆଉଜି ଛିଡା ହେବା 
ଅଥବା ନୂଆ ପରିକଳ୍ପନାର ପ୍ରଚ୍ଛଦ ସାଜିବା.. 
ତଥାପି ତୁମେ ନୀରବତା ବୁକୁ ଚିରି 
ସ୍ଥିରମନା ମଣିଷ ଭଳି ସ୍ଥିତପ୍ରଜ୍ଞ.. 
ନା ବିଚଳିତ ନା ଭ୍ରମିତ 
ତୁମେ ତ ସୁନ୍ଦର ପଂକ୍ତି ଟିଏ ..
ତୁମେ ତ ନଇଁ ଆସିଥିବା ଶାନ୍ତ ସଂଧ୍ୟା ଟିଏ
#ସ୍ମୃତିଲଗ୍ନା #କଥାକୁହା କଲମ
c264b634cd5fe4f111a427bb75d5cf2c

smrutilagna Nanda

ଆଜି ସେ ଆଉ ମୁଁ ଏତେ ପାଖାପାଖି ତ ଥିଲେ.. 
ଵାସ ଆମ ଭିତରେ କେଇ ପାଦର ଦୂରତା 
ହେଲେ ମୁଁ ତାଙ୍କୁ  ଟିକେ ଭଲରେ ଚାହିଁ ପାରିଲିନି.. 
ଏପାଖେ ବି ତୁମେ ସେପାଖେ ବି ତୁମେ 
ତମ ଈର୍ଷା ସବୁ ବିଗାଡିଦେଲା 
ଜାଣିଛ? ମୋ ମୁହଁ ଶୁଖିଗଲାପରେ 
ଅସରନ୍ତି ରାସ୍ତା.. କାକର ଠୋପା... ଝଙ୍କାଳିଆ ପତ୍ର 
ସମସ୍ତେ ତୁମକୁ ହିଁ ଦୋଷଦେଲେ 
@କୁହୁଡି 
#SmrutilagnaNanda
c264b634cd5fe4f111a427bb75d5cf2c

smrutilagna Nanda

ଗପ ପସରା 

1. ନିତି ରାତିରେ ଜହ୍ନକୁ ଦେଖି କଥା ହେଉଥିବା ମାନିନୀ ସେଦିନ ଚୁପଚାପ ବସିଥିଲା.. ଅମାବାସ୍ୟାଟାରେ ଆକାଶ ଖାଲି.. କିଏ କାଇଁ ଶୁଣିବ ତା ବକ୍ ବକ୍ !! ହଠାତ ମା ଡାକିଲା ଦୌଡ଼ି ଆ ତୋ ମକର ଗାଁ କୁ ଫେରିଛି, କଥା ହବାକୁ ତୋତେ ଖୋଜୁଛି 🤝

2. ବୁଢ଼ା ବରା ଦୋକାନରେ ସେଦିନ ଜବର ଭିଡ଼..ଯାହାକୁ ଦେଖିବ ଟିକେ ଘୁଗୁନି ପକା.. ଆଉ ଦିଟା ବରା ହଉ, ହେଲେ କଥା କଣ ଟୁନା ଦୋକାନ ଖୋଲା ଥାଉ ଥାଉ ଗରାଖ ଆଜି ଏଠି ବେଶୀ !!! ଓଃ ବୁଢ଼ା ପରା "ବାକି ନାହିଁ"ରୁ ନାହିଁ ଶବ୍ଦଟା ଉଠେଇଦେଇଛି🏃

3. ଠେକୁଆ କଇଁଛ ଗପରେ ଏଥର ଠେକୁଆ ଜିତିବ ବୋଲି ବାଜି ଲାଗିଛି.. କଥା କିଛି ବୁଝା ପଡିଲାନି ଯେ ! କାଇଁ କେଉଁ କାଳରୁ କଇଁଛ ପା ଜିତି ଆସୁଛି... ହେଲେ ଏଥର ଗାଁ ରେ ଇଲେକ୍ସନ...ପ୍ରଚାର ମାଇକି ରେ ଠେକୁଆ ଶୋଇପାରିବନି 😂
ସ୍ମୃତିଲଗ୍ନା   #କଥାକୁହା_କଲମ #nojotobbsr

Follow us on social media:

For Best Experience, Download Nojoto

Home
Explore
Events
Notification
Profile