Find the Best କଥାକୁହା_କଲମ Shayari, Status, Quotes from top creators only on Nojoto App. Also find trending photos & videos about
smrutilagna Nanda
"ସାହିତ୍ୟ" ଚୁପ୍ତି ରେ ଏତେ ବେଶୀ ଭଲ ପାଇ ଯାଇଛି ତୁମକୁ ଭାରି ମିଠା ଲାଗେ ତୁମ ଅନୁରାଗ ସତ କହିବି?? ତୁମ ଉପରେ କାହାର ବି ଅଧିକାର ଥାଉନା କାହିଁକି ତୁମ ପ୍ରତି ମୋ ଆକର୍ଷଣ ଖୁବ ଅଧିକା ତୁମେ ବି ଜାଣ ତୁମ ପାଇଁ ମୋ ପାଗଳାମି ତୁମକୁ କିଏ ଟିକେ ଇଆଡ଼ୁ ସିଆଡ଼ୁ କହିଦେଲେ କଷ୍ଟ ହୁଏ ମୋତେ ତୁମକୁ କଦର୍ଥ କରିବା.. ତୁମ ସହ ଅଶ୍ଳୀଳତା ଯୋଡିବା ଆଉ ପୁଣି ତୁମକୁ ପାଇଯିବା ନାଁ ରେ ତୁମ ଅସ୍ଥିତ୍ୱକୁ ଆନ୍ଦୋଳିତ କରିବା ଛାନିଆ କଲାଣି ମୋତେ... (ଅନୁରୋଧ ରହିବ କିଛିଟା ଶସ୍ତା ଲାଇକ୍ସ ପାଇଁ ସାହିତ୍ୟକୁ କଦର୍ଥ କରନ୍ତୁନି ) ©Smrutilagna Nand #କଥାକୁହା_କଲମ #leaf
smrutilagna Nanda
ଗପ ପସରା 1. ନିତି ରାତିରେ ଜହ୍ନକୁ ଦେଖି କଥା ହେଉଥିବା ମାନିନୀ ସେଦିନ ଚୁପଚାପ ବସିଥିଲା.. ଅମାବାସ୍ୟାଟାରେ ଆକାଶ ଖାଲି.. କିଏ କାଇଁ ଶୁଣିବ ତା ବକ୍ ବକ୍ !! ହଠାତ ମା ଡାକିଲା ଦୌଡ଼ି ଆ ତୋ ମକର ଗାଁ କୁ ଫେରିଛି, କଥା ହବାକୁ ତୋତେ ଖୋଜୁଛି 🤝 2. ବୁଢ଼ା ବରା ଦୋକାନରେ ସେଦିନ ଜବର ଭିଡ଼..ଯାହାକୁ ଦେଖିବ ଟିକେ ଘୁଗୁନି ପକା.. ଆଉ ଦିଟା ବରା ହଉ, ହେଲେ କଥା କଣ ଟୁନା ଦୋକାନ ଖୋଲା ଥାଉ ଥାଉ ଗରାଖ ଆଜି ଏଠି ବେଶୀ !!! ଓଃ ବୁଢ଼ା ପରା "ବାକି ନାହିଁ"ରୁ ନାହିଁ ଶବ୍ଦଟା ଉଠେଇଦେଇଛି🏃 3. ଠେକୁଆ କଇଁଛ ଗପରେ ଏଥର ଠେକୁଆ ଜିତିବ ବୋଲି ବାଜି ଲାଗିଛି.. କଥା କିଛି ବୁଝା ପଡିଲାନି ଯେ ! କାଇଁ କେଉଁ କାଳରୁ କଇଁଛ ପା ଜିତି ଆସୁଛି... ହେଲେ ଏଥର ଗାଁ ରେ ଇଲେକ୍ସନ...ପ୍ରଚାର ମାଇକି ରେ ଠେକୁଆ ଶୋଇପାରିବନି 😂 ସ୍ମୃତିଲଗ୍ନା #କଥାକୁହା_କଲମ #nojotobbsr
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited