ଆକାଶ କେବଳ ଏକ ଶବ୍ଦ ନୁହେଁ, ବରଂ ଏକ ସୁନ୍ଦର ଅନୁଭବ । କପଡ଼ା ରୁ କର୍ପୂର ର ବାସ୍ନା ଉଡିଯାଇଛି ସତ , କିନ୍ତୁ କପଡ଼ା ଟି ସାଇତା ହୋଇ ରହିଛି ହୃଦୟ ର ଗଭିରତମ କୋଣରେ । ତାଙ୍କର ସେହି ଦୁଇ ଆୟତ୍ତ ଆଖି ସତେ ଯେମିତି ନିଘଞ୍ଚ ଅରଣ୍ୟ, ଯାହାର ସବୁଜିମା ରେ ଯାହାର ଫୁଲରେ, ଫଳରେ ମୁଁ ହଜିଯାଏ ଏବଂ ଭୁଲିଯାଏ ଯେ ମୁଁ କୌଣସି ପ୍ରଜାପତି ନୁହେଁ ଯିଏ ଉଡ଼ି ବୁଲିବ ମୁକ୍ତ ଆକାଶରେ , ଖୋଲା ପବନ ଓ ପ୍ରଶାନ୍ତ ପ୍ରକୃତିର ବିଚିତ୍ର ସୁଷମା ଭିତରେ । ସେହି ଅରଣ୍ୟ ନିଜକୁ ସଜାଇଛି ମଧୁମାଳତୀ ,ଅଶୋକ ଆଦି ଫୁଲରେ ଏବଂ ଚିରବାସ୍ନାୟିତ ଚମ୍ପା କେତକୀ ଭଳି ପ୍ରସୂନର ଉତ୍ତାଳ ବାସ୍ନାରେ। ସତେ ଯେପରି ଏକ ଅଦୃଶ୍ୟ ବନ୍ଧନ ପ୍ରତିଥର ଟାଣି ଆଣେ ସେହି ନିଘଞ୍ଚ ଅରଣ୍ୟରେ ଚିରକାଳ ପାଇଁ ହଜିଯିବାକୁ । ଧାରା #nojotobbsr#splash2020