#କିଛି ଠାରୁ ଅଧିକ# ଦ୍ଵିତୀୟ ଭାଗ,,, - କ୍ଷମା କରିବେ,ମୁଁ ଦୁଇଦିନ ହେଲା ଡ଼ାକ୍ତରଖାନାରେ ଥିଲି।ଆପଣଙ୍କ ମେସେଜ ର ଆଉ ଉତ୍ତର ରଖିପାରିନି।ଫୋନ୍ ମୋ ବେଷ୍ଟ ଫ୍ରେଣ୍ଡ୍ ଶିବାନୀ ପାଖରେ ଥିଲା। ପ୍ରିୟଙ୍କା ମନେମନେ ଭାବିଥିଲା କି, ତା'ର ' ହେଲୋ ' ବଦଳରେ 'ହାଏ' ଆସିଲେ,ସେଇ 'ହେଲୋ ହାଏ'କୁ ସେଇଠି ପୂର୍ଣ୍ଣଚ୍ଛେଦ ଦେଇଦେବ।କିନ୍ତୁ ଡାକ୍ତରଖାନା କଥା ଦେଖି,ମାନବିକତା ଦୃଷ୍ଟିରୁ ଆଉଥରେ ଦେହ କଥା ପଚାରିବା ଉଚିତ୍ ଭାବିଲା।ଦେଖିଲା ସେ ଅନ୍ ଲାଇନ୍ ଅଛି। ଏଟା ଶେଷଥର।ଯଦି ଆଉଥରେ ବିଳମ୍ବରେ ଉତ୍ତର ଦେଲା,ତାକୁ ସିଧା ଅନ୍ ଫ୍ରେଣ୍ଡ୍ କରିଦେବ।ତା'ର ଏସବୁ ବ୍ୟବହାର, ଯାହାକି ସାମାନ୍ୟ ଥାଏ କିନ୍ତୁ ପ୍ରିୟଙ୍କାକୁ ବହୁତ୍ ହଇରାଣ କରିଲାଣି। ଆଉ ବିଳମ୍ବ ନକରି ତା'ର ଅଫ୍ ଲାଇନ୍ ହବା ଆଗରୁ ଲେଖିଦେଲା,, - ଡ଼ାକ୍ତରଖାନା?କ'ଣ ହେଉଥିଲା ତୁମର?ଏବେ କେମିତି ଅଛ?ଘରକୁ ଆସିଲାଣି ନା? ଏକା ସାଙ୍ଗରେ ସବୁ ପ୍ରଶ୍ନ ପଚାରି କଥାକୁ ସାରିଦେବା ଏକମାତ୍ର ସରଳ ରାସ୍ତା ଥିଲା ପ୍ରିୟଙ୍କା ପାଇଁ। ସେ ବି ଆଉ ବିଳମ୍ବ କରିନି ଉତ୍ତର ରଖିବାରେ। - ହଁ,ଠିକ୍ ଅଛି।ତିନିଦିନ ସେଠି ରହିଲା ପରେ, ଆଜି ହିଁ ଆସିଲି।ଦୁଇଦିନ ହୋସ ନଥିଲା।ସେଥିପାଇଁ ଆଉ ଫୋନ୍ ଧରିନି।ମୋ ସାଙ୍ଗ, ଫୋନ୍ କୁ ନିଜ ପାଖରେ ରଖିଥିଲା।ସେତିକି କହିବାକୁ ମୁଁ ଫୋନ୍ ଧରିଥିଲି।ଆଉ ହାତରେ ଶକ୍ତି ନାହିଁ ଟାଇପ୍ କରିବା ପାଇଁ।ଏବେ ରଖି ଦଉଛି ଫୋନ୍।