Nojoto: Largest Storytelling Platform

#ବାଦାମ_ବାଡିର_ଦେବକୀ ବସ୍ ଷ୍ଟାଣ୍ଡରେ ଶୋଇଥିଲା ଦେବକୀ ଅଧ

#ବାଦାମ_ବାଡିର_ଦେବକୀ

ବସ୍ ଷ୍ଟାଣ୍ଡରେ ଶୋଇଥିଲା ଦେବକୀ
ଅଧାଫଟା ଲୁଗାଟାକୁ ପିନ୍ଧି,
ଆଖିରେ ତାର ଅସୁମାରି ଲୁହ
ଏଇ ହାତେ ବିକି ଦେଇଛି
କାଲି ରାତିରେ ଡଲଫିନ ବସ୍ କଡେ ଜନ୍ମ ଦେଇଥିବା ତା କାହ୍ନୁକୁ|
କଣ ପାଇଁ?
ଏ ମଦୁଆ ସ୍ୱାମୀଟା ପରା ତାଗିଦ କରି ମାଗିଛି
ପେଟରେ ଦାନା ପାଇଁ
ଲୋକଗୁଡା ଯା ଆସ କରୁଛନ୍ତି 
ତାକୁ ଅନେକ ଡର 
କିଏ ଜାଣିଲା କି ତା ପେଟର ଭୋକକୁ
ପୁଣି ସେପଟେ ଥାନାବାବୁକୁ ଅନେଇଛି,
ପୁଲିସ୍ ମାନେ ପାଲଟେଇଦେବେନି ତ ଏ ବସ୍ ଷ୍ଟାଣ୍ଡକୁ କୁରୁସଭା
ହେଲେ ପୁଣି କଣ ତା କୃଷ୍ନ ଆସିବ 
ପୁଣି ବୁଲି ଦେଖୁଛି ଏ କବି ଆଡେ
ଭାବୁଛି କଣ ଲେଖୁଛି ଏ 
ମୋ କର୍ମ ନେଇ 
ନା କୃଷ୍ନ ପାଇଁ ସେ ହୃଦୟରେ ଜମାଟ ବାନ୍ଧିଥିବା ଦୁଖକୁ ନେଇ|
ଏତିକି ବେଳେ ଦଉଡି ଆସିଲା ତା ବର
ନାଲି ବିଷ ପିଇବ ବୋଲି ଛଡେଇନେଲା ଦେବକୀ ଅଣ୍ଟିରେ ଲୁଚିଥିବା ପଇସା
ସେ ଚାହିଁଥିଲା କେବେ ମରିବ ତା ପେଟର ଭୋକ
କହୁ କହୁ ବସ୍ ଝରକାକୁ ଅନେଇ ପୁଣି କହିଲା
 ଧିକ୍ ଏ ଜୀବନ..... #ବାଦାମ_ବାଡିର_ଦେବକୀ