|| ଭିକ || ଅଦୃଶ୍ୟ ଆର୍ଶୀବାଦର କାହାଣୀ //ଭିକ// ଅଫିସ୍ ଯିବା ରାସ୍ତାରେ ଥିବା ଏକ ମନ୍ଦିର ପାଖରେ ସେମାନେ ଦଳ ଦଳ ହେଇ ବସିଥିବାର ମୁଁ ପ୍ରତିଦିନ ଦେଖେ। କେଡ଼େ ଛିଣ୍ଡା ମଇଳା ପୋଷାକ ସେମାନଙ୍କର। ଆଉ ଦେହର ଗନ୍ଧ ବି ଭାରି କଦର୍ଯ୍ୟ। କେତେକଙ୍କ ପାଖରେ ଲଙ୍ଗଳା ନୁଖୁରା ଛୋଟିଆ ଛୁଆ ବି ଥାନ୍ତି। ମନ୍ଦିରର ଭିତରରୁ ବାହାରକୁ ଓ ବାହାରରୁ ଭିତରକୁ ଯା ଆସ କରୁଥିବା ଲୋକମାନଙ୍କୁ ହାତ ପାତି ସେମାନେ ପଇସା ମାଗିବାରେ ବ୍ୟସ୍ତ ଥାଆନ୍ତି। ଏ ସବୁ ଆଖିରେ ପଡ଼ିଲାପରେ ମଧ୍ୟ ସେମାନଙ୍କ ବିଷୟରେ ମୁଁ କେବେ ଭାବିନଥିଲି। ଛୋଟ ଭଉଣୀର ଇଚ୍ଛାକୁ ରଖିବାପାଇଁ ଆଜି ସନ୍ଧ୍ୟାରେ ତା ସହ ମୁଁ ସେଇ ମନ୍ଦିରକୁ ଗଲି। ସବୁଦିନ ଭଳି ଆଜି ମଧ୍ୟ ସେଠି ଅନେକ ଭିକାରୀ ବସିଥିଲେ ଏବଂ ଆମକୁ ମଧ୍ୟ ସେମାନେ ପଇସା ମାଗିଲେ। ସେମାନଙ୍କୁ ଅଣଦେଖା କରି ଆମେ ଦି ଜଣ ମନ୍ଦିର ଭିତରକୁ ପସିଗଲୁ। ଆଶ୍ଚର୍ଯ୍ୟ ମନ୍ଦିର ଭିତରେ ଯେ ଅନେକ ଭିକାରୀ ଥିଲେ। ଫରକ୍ କେବଳ ଏତିକି ଥିଲା ସେମାନେ ସ୍ଵଚ୍ଛ ବସ୍ତ୍ର ପରିଧାନ କରିଥିଲେ। ପୂଜା କରିବାପାଇଁ ଶହେ ଏକ ଟଙ୍କା ନେବା ସହ ଆମକୁ ହୁଣ୍ଡିରେ ଦାନ ମଧ୍ୟ ଦେବାକୁ ପଡିଲା। ଆମ ଭଳି ଅନେକ ଲୋକ ମାନେ ମଧ୍ୟ ସେହିଭଳି କରୁଥାଆନ୍ତି।