ତୁମ ଆଉ ମୋ, ଦୁହିଁଙ୍କର ଜୀବନ ଚାଲିଥିଲା ନିରନ୍ତର, ଦୁଇଟି ସମାନ୍ତର ସରଳ ରେଖା ହୋଇ, ତୁମକୁ ଦେଖିବା ଆଗରୁ । ଯେବେ ତୁମ ସାଥେ ଦେଖା ହେଲା ମୋର, ଯେବେ ତୁମ ଆଖିରେ ମିଶିଲା ମୋ ଆଖି, କେବଳ ତୁମେ ଦିଶିଲ, ବାକି ସବୁ ହୋଇଗଲା ଝାପ୍ସା। ଆମ ପଦେ ଦୁଇପଦ କଥା ରେ , ସୃଷ୍ଟି ହେଲା ନୂଆ କାହାଣୀ । ମନର ଧଳା କାଗଜ ରେ , ଲିପିବଦ୍ଧ ହେଲା ଦୁହିଁଙ୍କର ନାଆଁ, ସ୍ୱର୍ଣାକ୍ଷର ରେ । ଜୀବନ ଝଲସି ଉଠିଲା, ଦିନରେ ସୂରୁଜ କିରଣରେ, ଓ ରାତି ରେ ଚିକିମିକି ତାରାର ଚାଦର ତଳେ । ସତେ ଯେମିତି, ସରଳ ରେଖା ଦ୍ୱୟ ହୋଇଛନ୍ତି ପଥହରା । ମିଶି ଯାଇ ହୋଇଛନ୍ତି ଏକାକାର, ପ୍ରେମ ନାମକ ଏକ ବିନ୍ଦୁ ରେ । #ସୃଷ୍ଟି #ପ୍ରେମ #ଆଖି #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself #tpmd #srusti