କଥା କୁହା ଚିତ୍ର (୧) ଭିଜି ଯାଇଛି ଚାଳ, ନଇଁ ଯାଇଛି ଆଖି । ଅଧା ଭଙ୍ଗା ଅଣ୍ଟା କୁ ପବନର ତାଳ ରେ ଦୋହଲୁ ଥିବା ଦୋକାନ ଖଣ୍ଡେ। ରୋଗର କରାଳ ରୂପ ବାନ୍ଧି ଦେଇଛି ମୁଁହରେ କନା , ହେଲେ ଶୁଖେଇ ପାରୁନି ଆଖିର ଲୁହ। ଦିନ ଥିଲା ଜଳଖିଆ ବାସ୍ନା କୁ ଲୋକଙ୍କ ଖଟି ରେ ଫାଟି ପଡୁଥିଲା ଏଇ ଚାଳିଆ ଘର, ହେଲେ ଆଜି ସବୁ ଯେମିତି ଦୂର ଦିଗବଳୟରେ ହଜି ଯାଇଛନ୍ତି। ଦିନକର କଥା ଏମିତି, ରାସ୍ତା କଡର ଏ ଦୋକାନ। ମଉସା, ଡରି ଡରି ପୋଲିସ ଭୟରେ ଦୋକାନ ଆଢୁଆଳରେ ଚାହିଁଲେ। କଣ ନବ ବାପା? ମୁଁ ବା ଆଉ କଣ ମାଗି ଥାଆନ୍ତି? ରଜ ଥିଲା ବୋଲି ମିଠା ଶହେ ଟଙ୍କାର ମାଗିଲି। ହେଲେ ହାତ ଥରୁ ଥାଏ ତାଙ୍କର, ବିକଳ ହେଇ ଯେମିତି ମିଠା ଗୁଡା ଦ୍ରୁତ ବେଗ ରେ ପୁରେଇ ଦେଇ ଜରି ବାନ୍ଧି ଦେଇ ଦେଲେ। 'ହେଇଗଲା ବାପା,ନିଅ' ମଉସା କହିଲେ। କିନ୍ତୁ ଆଜି ଆଉ ପଚାରିଲେ ନାହିଁ କି ଆଉ କଣ ନବ! ଦୋକାନରେ ଆଉ ବିକ୍ରି କଣ ହେଉଛି। ପେଟର ଭୋକ କୁ ମାରିବା ଲାଗି ଲୁଚି ଲୁଚି ଅଳ୍ପ ଦିଟା ମିଠା ଯାହା ବିକ୍ରି। ବାରମ୍ବାର ପଚାରୁଥାନ୍ତି ମତେ ପୁଅ ଏ ରୋଗ ଟା କେବେ ଯିବ? ମୋ ଅଭିଧାନରେ ଶବ୍ଦ ର ଅଭାବ, ଆଜି ମୁଁ ହତବାକ ଥାଏ। ଅଣ୍ଟା ସିଧା କରି ମୁହଁ କୁ ବି ଅନେଇ ପାରୁ ନଥାନ୍ତି ମଉସା, ବିଚରା ତାଙ୍କ ହାତରୁ ଜିନିଷ ଆଣି ଯେତେ ସାନିଟାଇଜର ଘଷିଲେ ବି, ତାଙ୍କ ଆଖି ଦେଖି ହୃଦୟରେ ଯେଉଁ ଶକ୍ତ ଆଘାତ ଲାଗି ଥିଲା, ଆଜି ଯାଏ ବି ମଲମ ଲଗେଇଲେ ଶୁଖୁ ନାହିଁ। କେମିତି କଟୁଥିବ ସେମାନଙ୍କର ଦିନ! #yqodia #yqbhaina #odiawritings #rajaparba